ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ଓଡିଶା

Gangadhar Meher University, Sambalpur, Odisha

Latest Updates
Notice for UG PHASE II (2025-26) Students New Hostel spot Admission Notice New Admission Notice for MCA Programme Shaktishree, a transformative empowerment and self-defence Programme at GM University P.G. Admission Cancelled Notice due to non -submission of required documents Provisional U.G. Phase-II SPOT selection and waiting List - 2025-26 P.G. SAMS ADMISSION NOTICE - PHASE- II Modified Intra-University Competition 2025-2026 Notice of MCA spot admission 2025-26 IDSE Selection NOTICE for PG 2nd year students

University Anthem

ମଧୁମୟ !
ବିଶ୍ଵ ଦେଖ ମଧୁମୟ ରେ ଜୀବନ !
ବିଶ୍ଵ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣଭୟ ରେ ଜୀବନ ! ।ଘୋଷା।
ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ- ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପରେ ଜୀବନ !
ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ !
ମଧୁମୟ ବନେ ମଧୁମୟ ସ୍ଵନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି ରେ ଜୀବନ !
ଦିନେ ଦିନପତି ରାତ୍ରେ ରକ୍ଷତତି
ସହିତ କୁମୁଦବନ୍ଧୁ,
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ !
ମହୀ ମହୀଧରେ ସରିତ ସାଗରେ
ସରେ ବନ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘେନ ରେ ଜୀବନ !
ବିଶ୍ଵନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି
ପାଇବୁ କରୁଣାଚଳ ରେ ଜୀବନ !
ହେଲେହେଁ ତୁ ସାନ କରୁଣାନିଧାନ
ରାଜ୍ୟରେ କରିଛୁ ବାସ,
ବଢାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ରେ ଜୀବନ !
ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲିଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ଵାଦୁ
ଜ୍ଞାନଗଦ ପିଅ ବାଟି ରେ ଜୀବନ !

       ****************