ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ଓଡିଶା

Gangadhar Meher University, Sambalpur, Odisha

Latest Updates
Final Scrutiny Report of the Applicants for the Teaching Post in the Subject of Sanskrit New Final Scrutiny Report of the Applicants for the Teaching Post in the Subject of Economics New Final Scrutiny Report of the Applicants for the Teaching Post in the Subject of Mathematics New Final Scrutiny Report of the Applicants for the Teaching Post in the Subject of Anthropology New Final Scrutiny Report of the Applicants for the Teaching Post in the Subject of History New Notification regarding Students’ Union Election Schedule for the Academic Session 2026–27 New Notification Regarding Nomination of Class Representatives for Students’ Union Election 2026–27 New Notice Regarding “Why I Stand For” Meeting for Students’ Union Election New Provisional list of valid candidates for the election of different offices of the Student's Union (2026-27) New List of class representatives for election of Student's Union (2026-27) New

University Anthem

ମଧୁମୟ !
ବିଶ୍ଵ ଦେଖ ମଧୁମୟ ରେ ଜୀବନ !
ବିଶ୍ଵ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣଭୟ ରେ ଜୀବନ ! ।ଘୋଷା।
ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ- ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପରେ ଜୀବନ !
ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ !
ମଧୁମୟ ବନେ ମଧୁମୟ ସ୍ଵନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି ରେ ଜୀବନ !
ଦିନେ ଦିନପତି ରାତ୍ରେ ରକ୍ଷତତି
ସହିତ କୁମୁଦବନ୍ଧୁ,
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ !
ମହୀ ମହୀଧରେ ସରିତ ସାଗରେ
ସରେ ବନ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘେନ ରେ ଜୀବନ !
ବିଶ୍ଵନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି
ପାଇବୁ କରୁଣାଚଳ ରେ ଜୀବନ !
ହେଲେହେଁ ତୁ ସାନ କରୁଣାନିଧାନ
ରାଜ୍ୟରେ କରିଛୁ ବାସ,
ବଢାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ରେ ଜୀବନ !
ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲିଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ଵାଦୁ
ଜ୍ଞାନଗଦ ପିଅ ବାଟି ରେ ଜୀବନ !

       ****************